ଅନୁପ୍ରବେଶ ପାଇଁ ନିୟନ୍ତ୍ରଣରେଖାଠାରେ ୩୫ ଆତଙ୍କବାଦୀ ପ୍ରସ୍ତୁତ

0

ଶ୍ରୀନଗର,୧୨।୭: ଅନୁପ୍ରବେଶ ପାଇଁ ନିୟନ୍ତ୍ରଣରେଖାଠାରେ ୩୫ ଲଶ୍କର-ଇ-ତୋଏବା ଆତଙ୍କବାଦୀ ପ୍ରସ୍ତୁତ ହୋଇ ରହିଛନ୍ତି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ଜାରି ହୋଇଛି ସତର୍କ ସୂଚନା। ନିୟନ୍ତ୍ରଣରେଖାର ୪ଟି ସ୍ଥାନରେ ଉପଯୁକ୍ତ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି ଏହି ଆତଙ୍କବାଦୀ। ପାକିସ୍ତାନ ବଙ୍କରରେ ସେମାନଙ୍କୁ ରହିବାର ସୁଯୋଗ ଯୋଗାଇ ଦିଆଯାଉଛି। ମଛଲି ସେକ୍ଟରରେ ସର୍ବାଧିକ ୧୮ ଜଣ ଆତଙ୍କବାଦୀ ରହିଥିବାବେଳେ ନବଗାମ୍‌ରେ ୮, ପୁଞ୍ଚ୍‌ର କାଲୁ ଦି ଡେରୋଠାରେ ୬ ଜଣ ଏବଂ ପୁଞ୍ଚ୍‌ର ବିମ୍ବର ଗଲିଠାରେ ୩ ଜଣ ଆତଙ୍କବାଦୀ ପାକିସ୍ତାନ ସୈନ୍ୟଙ୍କ ଇସାରାକୁ ଅପେକ୍ଷା କରିଛନ୍ତି। ଗୋଇନ୍ଦା ରିପୋର୍ଟ ଆଧାରରେ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

Share.

Leave A Reply